17018

15.01.22

Saturday

ଗ୍ରାମ ବାଳକାଟୀ ରାଜ୍ୟ ଓଡ଼ିଶା ଶ୍ରୀ ଯୁକ୍ତ ସୁରେଶ ମହାରଣା କଂସାରୀ କୂଳରେ ଜନ୍ମ ଗ୍ରହଣ କରିଥିବା ଜଣେ ନିପୁଣ କାରିଗର ଏହା ସହିତ ହସ୍ତ ଚିତ୍ରକଳା ରେ ସୁନାମ ଅର୍ଜୀତ। କଂସା, ପିତ୍ତଳ ଧାତୁ ଦ୍ୱାରା ନିର୍ମିତ ହେଉଥିବା କଂସା ବାସନ ସାମଗ୍ରୀ ଗୁଡିକୁ ଏପରି ରୂପ ଦେଇଥାନ୍ତି ଯାହାକୁ ଆମେ କଳ୍ପନା କରିବା କଷ୍ଟକର।

ଆପଣଙ୍କ ଜନ୍ମଦାତା ଙ୍କୁ ମୋର ପ୍ରଣାମ ଯିଏକି ଆପଣଙ୍କ ପରି ଜଣେ ବ୍ୟକ୍ତି ଙ୍କୁ ଜନ୍ମ ଦେଇ କଂସାରୀ କୂଳକୁ ଗୈାରବ ପ୍ରଦାନ କରିଛନ୍ତି। ଆପଣଙ୍କ ଦ୍ୱାରା କରାଯାଇଥିବା ଏହି କାରୁକାର୍ଯ୍ୟ କୁ ନେଇ ଆମେ ଗର୍ବ ଅନୁଭବ କରୁ। ଏହାର ପ୍ରଚାର ଓ ପ୍ରସାର ନିମନ୍ତେ ଏହିପରି କାର୍ଯ୍ୟ ଗୁଡ଼ିକୁ ପୁରସ୍କୃତ କରିବା ପାଇଁ ଜାତୀୟ ସ୍ତରରେ ନିଶ୍ଚିତ ଭାବରେ ଆମେ ଚେଷ୍ଟା କରିବୁ ଯଦ୍ୱାରା ସମାଜର ଉନ୍ନତି ହୋଇପାରିବ। ତୃଟି ପରିଲକ୍ଷିତ ହୁଏ ତାହେଲେ କ୍ଷମା କରିବେ।

ନମସ୍କାର

କିଶୋର କୁମାର ସାହୁ 

କଟାପାଲି








Comments

Popular posts from this blog