17230

16.08.22

Tuesday 

ସାତ ଦିନ ର ଲଗାଣ ବର୍ଷା କମ୍ ହେବା ପରେ ଗତ କାଲି ସୋମବାର ଦିନ ସ୍ୱାଧୀନତା ଦିବସ ଅବସରରେ ଦିବା୨.୦୦ଘଟିକା ସମୟରେ ସାଙ୍ଗ ସାଥିଙ୍କ ସହ ହିରାକୁଦ ବୁଲିବାକୁ ଯାଇଥିଲୁ।

ସେଠାରେ ପହଞ୍ଚିଲା ପରେ ଦେଖିବାକୁ ପାଇଲୁ ଲୋକଙ୍କ ସମାଗମ ରେ ଭିଡ଼ ପ୍ରଚୁର, ଗାଡ଼ି ଅଧ କିଲୋମିଟର ଦୂରରେ ରଖି ଓ ସେଠାରୁ ଚାଲି ଚାଲି ମୂଖ୍ୟବନ୍ଧ ପାଖକୁ ଯିବାକୁ ପଡ଼ିଥିଲା। ଯିବା ଆସିବା ସେତେ ସହଜ ନୁହେଁ ଯେତିକି ଭିଡ଼ । ଦେଖିବାକୁ ପାଇଲୁ ସମସ୍ତ ଦର୍ଶକ ଅତି ଉତ୍ସାହ ର ସହିତ ସେଠାରେ ଜଳଭଣ୍ଡାର ର ମନୋରମ ଦୃଶ୍ୟ ଦେଖି ଖୁସି ହେଉଥିଲେ। ମୁଁ ଏବଂ ସାଙ୍ଗରେ ଯାଇଥିବା ସାଙ୍ଗ ସାଥି ମାନେ ମଧ୍ୟ ସେହି ପ୍ରାକୃତିକ ମନୋରମ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲୁ।

ସେ ସମୟରେ ମୂଖ୍ୟବନ୍ଧରେ ଜଳ ସ୍ତର ୬୨୦ଫୁଟ୍ ଥିବା ର ଆମେ ଅନୁମାନ କରିଥିଲୁ କିନ୍ତୁ ୬୨୦.୭୩ଫୁଟ୍ ଅଛି ବୋଲି ଜାଣିବାକୁ ପାଇଥିଲୁ । ଏହା ଜାଣିଲା ପରେ ଆମ ଅନୁମାନ ପାଖାପାଖି ଥିବାରୁ ଆମକୁ ଖୁସି ଲାଗିଥିଲା। ଦୁଇ ଘଣ୍ଟା କାଳ ବୁଲିବା ପରେ ଆମେ ଜବାହର ମିନାର୍ ଦେଖିବାକୁ ବାହାରିଥିଲୁ କିନ୍ତୁ ସେଠାରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ୬.୦୦ଘଟିକା ସମୟ ହୋଇଯାଇଥିଲା ଓ ମିନାର୍ ସେହି ସମୟରେ ବନ୍ଦ ହୋଇଯାଇଥିଲା ଆମେ ସେ ଉପରକୁ ଯାଇପାରି ନଥିଲୁ ସେପାଖରେ କିଛି ସମୟ ବୁଲାବୁଲି କଲାପରେ ଆମେ ସମସ୍ତେ ଏକାଠି ହୋଇ ଘରକୁ ଫେରି ଆସିଲୁ। ଏହି ପ୍ରାକୃତିକ ମନୋରମ ଦୃଶ୍ୟ ଦେଖି ଆମକୁ ଖୁସି ଲାଗିଥିଲା।



Comments

Popular posts from this blog