ଗୋଦାବରୀ ନଦୀ ଭାରତର ଏକ ପ୍ରମୁଖ ନଦୀ।ଏହି ନଦୀ ଭାରତର ପଶ୍ଚିମ ଘାଟରୁ ଆରମ୍ଭ କରି ପୂର୍ବ ଘାଟ ପର୍ଯ୍ୟନ୍ତ ପ୍ରବାହିତ ହେଉଛି।ତେବେ ଏହି ନଦୀ ଭାରତର ଦ୍ଵିତୀୟ ବୃହତ୍ତମ ନଦୀ ଅଟେ।କେହି କେହି ଏହାକୁ ବୁଢ଼ୀ ଗଙ୍ଗା ଗୌତମୀ ବୋଲି ମଧ୍ୟ କହିଥାନ୍ତି।ଏହା ସହିତ ଏହି ନଦୀର ଅନେକ ମାହାତ୍ମ୍ୟ ରହିଛି।ଏହି ନଦୀ ମହାରାଷ୍ଟ୍ର ରାଜ୍ୟର ନାସିକ ଜିଲ୍ଲାର ବ୍ରହ୍ମଗିରି ପର୍ବତର ତ୍ରୟମ୍ବକ ପାହାଡ଼ରୁ ବାହାରିଛି।ଏହା ସହିତ ଏହି ନଦୀର ଲମ୍ବ ହେଉଛି ୧୪୬୫ କିଲୋ ମିଟର। ଏହି ନଦୀ ମହାରାଷ୍ଟ୍ରର ନାସିକ ଜିଲ୍ଲାରୁ ବାହାରି ଆନ୍ଦ୍ରପ୍ରଦେଶ, ତେଲେଙ୍ଗାନାରେ ପ୍ରବାହିତ ହୋଇ ରଜମୁନ୍ଦ୍ରି ସହର ପାଖରେ ବଙ୍ଗୋପସାଗରରେ ମିଶି ଯାଇଛି।ଏହି ନଦୀ ମୁଖ୍ୟତଃ ମହାରାଷ୍ଟ୍ର,ଆନ୍ଦ୍ରପ୍ରଦେଶ ଓ ତେଲେଙ୍ଗାନାରେ ପ୍ରବାହିତ ହୋଇଛି।ଏହାର କିଛି ଅଂଶ ଛତିଶଗଡ ଓ କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀରେ ମଧ୍ୟ ଦେଖିବାକୁ ମିଳେ।ଏହି ନଦୀ ଭାରତର ଅନ୍ୟଏକ ନଦୀ କୃଷ୍ଣା ନଦୀ ସହିତ ମିଶି ଭାରତର ଦ୍ଵିତୀୟ ବୃହତ୍ତମ ନଦୀ ହୋଇ ଯାଇଛି।ଏହି ନଦୀର ଶାଖାନଦୀ ହେଉଛି ଇନ୍ଦ୍ରାବତୀ,ସବରୀ ,ଖିରଗଙ୍ଗା, ମାଞ୍ଜିରା ଇତ୍ୟାଦି। ଏହି ନଦୀ କୂଳରେ ଅନେକ ଅଭୟାରଣ୍ୟ ମଧ୍ୟ ରହିଛି।ତେବେ ୧୨ ଟି ଯ୍ୟୋତିଲିଙ୍ଗ ମଧ୍ୟରୁ ଗୋଟିଏ ଏହି ନଦୀ କୂଳରେ ରହିଛି।ଯାହାର ନାମ ହେଉଛି ତ୍ରୟମ୍ବକେଶ୍ୱର ଯ୍ୟୋତିଲିଙ୍ଗ।ତେବେ ଏହି ନଦୀ ହେଉଛି ଭାରତର ଦ୍ଵିତୀୟ ବୃହତ୍ତମ ନଦୀ।ଏହାର ୭ଟି ଧାରା ହେଉଛି ଗୌତମୀ,ବସ...