Godavari River

ଗୋଦାବରୀ ନଦୀ ଭାରତର ଏକ ପ୍ରମୁଖ ନଦୀ।ଏହି ନଦୀ ଭାରତର ପଶ୍ଚିମ ଘାଟରୁ ଆରମ୍ଭ କରି ପୂର୍ବ ଘାଟ ପର୍ଯ୍ୟନ୍ତ ପ୍ରବାହିତ ହେଉଛି।ତେବେ ଏହି ନଦୀ ଭାରତର ଦ୍ଵିତୀୟ ବୃହତ୍ତମ ନଦୀ ଅଟେ।କେହି କେହି ଏହାକୁ ବୁଢ଼ୀ ଗଙ୍ଗା ଗୌତମୀ ବୋଲି ମଧ୍ୟ କହିଥାନ୍ତି।ଏହା ସହିତ ଏହି ନଦୀର ଅନେକ ମାହାତ୍ମ୍ୟ ରହିଛି।ଏହି ନଦୀ ମହାରାଷ୍ଟ୍ର ରାଜ୍ୟର ନାସିକ ଜିଲ୍ଲାର ବ୍ରହ୍ମଗିରି ପର୍ବତର ତ୍ରୟମ୍ବକ ପାହାଡ଼ରୁ ବାହାରିଛି।ଏହା ସହିତ ଏହି ନଦୀର ଲମ୍ବ ହେଉଛି ୧୪୬୫ କିଲୋ ମିଟର।

ଏହି ନଦୀ ମହାରାଷ୍ଟ୍ରର ନାସିକ ଜିଲ୍ଲାରୁ ବାହାରି ଆନ୍ଦ୍ରପ୍ରଦେଶ, ତେଲେଙ୍ଗାନାରେ ପ୍ରବାହିତ ହୋଇ ରଜମୁନ୍ଦ୍ରି ସହର ପାଖରେ ବଙ୍ଗୋପସାଗରରେ ମିଶି ଯାଇଛି।ଏହି ନଦୀ ମୁଖ୍ୟତଃ ମହାରାଷ୍ଟ୍ର,ଆନ୍ଦ୍ରପ୍ରଦେଶ ଓ ତେଲେଙ୍ଗାନାରେ ପ୍ରବାହିତ ହୋଇଛି।ଏହାର କିଛି ଅଂଶ ଛତିଶଗଡ ଓ କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀରେ ମଧ୍ୟ ଦେଖିବାକୁ ମିଳେ।ଏହି ନଦୀ ଭାରତର ଅନ୍ୟଏକ ନଦୀ କୃଷ୍ଣା ନଦୀ ସହିତ ମିଶି ଭାରତର ଦ୍ଵିତୀୟ ବୃହତ୍ତମ ନଦୀ ହୋଇ ଯାଇଛି।ଏହି ନଦୀର ଶାଖାନଦୀ ହେଉଛି ଇନ୍ଦ୍ରାବତୀ,ସବରୀ ,ଖିରଗଙ୍ଗା, ମାଞ୍ଜିରା ଇତ୍ୟାଦି।

ଏହି ନଦୀ କୂଳରେ ଅନେକ ଅଭୟାରଣ୍ୟ ମଧ୍ୟ ରହିଛି।ତେବେ ୧୨ ଟି ଯ୍ୟୋତିଲିଙ୍ଗ ମଧ୍ୟରୁ ଗୋଟିଏ ଏହି ନଦୀ କୂଳରେ ରହିଛି।ଯାହାର ନାମ ହେଉଛି ତ୍ରୟମ୍ବକେଶ୍ୱର ଯ୍ୟୋତିଲିଙ୍ଗ।ତେବେ ଏହି ନଦୀ ହେଉଛି ଭାରତର ଦ୍ଵିତୀୟ ବୃହତ୍ତମ ନଦୀ।ଏହାର ୭ଟି ଧାରା ହେଉଛି ଗୌତମୀ,ବସିଷ୍ଟ, କୌସିକି,ଅତ୍ରି,ବୁଦ୍ଧ ଗୌତମୀ, ତୁଲ୍ୟା ଓ ଭରଦ୍ୱାଇ।ତେବେ ଏହି ନଦୀ କିପରି ପୃଥିବୀକୁ ଆସିଲା ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।ତେବେ ଯେଉଁ ସମୟରେ ଋଷି ଗୌତମ ଓ ତାଙ୍କର ପତ୍ନୀ ଅହଲ୍ୟାଙ୍କ ପ୍ରଭାବ ଅନେକ ବଢ଼ି ଯାଇଥିଲା ସମସ୍ତେ ତାଙ୍କୁ ଈର୍ଷା କରିବାକୁ ଲାଗିଲେ।

ତେବେ ଭଗବାନ ଗଣେଷଙ୍କ ପାଖକୁ ଅନ୍ୟ ସମସ୍ତ ଋଷି ଏହାର ସମାଧାନ ପାଇଁ ଗଲେ।ଯାହା ଫଳରେ ଶେଷରେ ଭଗବାନ ଗଣେଶ ଭାବିଲେ ଏପରି କରିବା ଫଳରେ ଯାଇ ମାତା ଗଙ୍ଗା ପୃଥିବୀକୁ ଆସିବେ।ଏପରି ଭାବି ଭଗବାନ ଗଣେଶ ଯାଇ ଗୌତମଙ୍କ କ୍ଷେତରେ ଚରିବା ଆରମ୍ଭ କଲେ।ଏହାପରେ ଯେତେବେଳେ ଋଷି ଗୌତମ ସେହି ଗାଈ ପାଖକୁ ଯାଇ ସେହି ଗାଈକୁ ଘଉଡ଼ାଇବା ପାଇଁ ପ୍ରୟାସ କଲେ।ସେହି ସମୟର ଗାଈ ସେହିଠାରେ ପଡ଼ିଯାଇ ମରିବାର ଅଭିନୟ କଲା।

ତେବେ ଏହା ପରେ ସମସ୍ତେ ତାଙ୍କୁ ଗୋ ହତ୍ୟାକାରୀ ବୋଲି କହିଲେ।ତେବେ ଏହାପରେ ସମସ୍ତେ କହିଲେ କି ଯଦି ଗଙ୍ଗାମାତା ପୃଥିବୀକୁ ଆସିବେ ଓ ସେଥିରେ ଋଷି ଗୌତମ ସ୍ନାନ କରିବେ ତେବେ ତାଙ୍କର ପାପ କ୍ଷୟ ହେବ।ଏହାପରେ ସେ କଠୋର ସାଧନା କରିବା ଫଳରେ ଭଗବାନ ଶିବ ନିଜର ଜଟାରୁ ମାତା ଗଙ୍ଗାଙ୍କୁ ପୃଥିବୀକୁ ପଠାଇଲେ।ଏହାପରେ ସେହି ନଦୀ ଗୋଦାବରୀ ଭାବରେ ପରିଚିତ ହୋଇଗଲା।ତେବେ ଏହି ନଦୀ ପାଇଁ ବର୍ତ୍ତମାନ ମହାରାଷ୍ଟ୍ର,ଆନ୍ଦ୍ରପ୍ରଦେଶ ଓ ତେଲେଙ୍ଗାନାର କୃଷକ ମାନେ ଅନେକ ଉପକୃତ ହେଉଛନ୍ତି।ଏହି ନଦୀର କିଛି ଅଂଶ ଓଡ଼ିଶାର ମାଲକାନଗିରିରେ ଦେଖିବାକୁ ମିଳେ।ଏହାକୁ ସେଠାରେ ଦକ୍ଷିଣ ଭାରତର ଗଙ୍ଗା ବୋଲି କୁହା ଯାଇଥାଏ।

Comments

Popular posts from this blog